centurian jitm

୫୦ କେ.ଜି ଗଞ୍ଜେଇ ଜବତ : ଜଣେ ଗିରଫ

nschool

ଲମତାପୁଟ : ଆନ୍ଧ୍ରପ୍ରଦେଶରୁ ଛତିଶଗଡ ଗଞ୍ଜେଇ ଚୋରା ଚାଲାଣ ବେଳେ କୌଣସି ସୂତ୍ରରୁ ଖବର ପାଇ ମାଛକୁଣ୍ଡ ଲମତାପୁଟ ପୋଲିସ କମେଲ ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲା । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌କୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା । ଯାଞ୍ଚ କରିବାରୁ କାର୍‌ ଭିତରୁ ୨ ବସ୍ତା ଗଞ୍ଜେଇ ବାହାରିଥିଲା । ଉକ୍ତ ଗଞ୍ଜେଇକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଉକ୍ତ ବସ୍ତାରେ ପ୍ରାୟ ୫୦ କେ.ଜି ଗଞ୍ଜେଇ ଥିବା ଜଣାପଡିଛି । ୫୦ କେ.ଜି. ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ଲକ୍ଷ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.