ଚାକିରି ଖୋଜିବାକୁ ଆସିଥିବା ଯୁବତୀ ଗ୍ୟାଙ୍ଗରେଫ୍‌ର ଶିକାର

ଚୁରୁ : ଚାକିରି ଖୋଜିବାକୁ ରାଜସ୍ଥାନର ଚୁରୁରେ ପହଂଚି ଥିବା ୨୨ ବର୍ଷୀୟ ଯୁବତୀ ୪ ଜଣ ବ୍ୟକ୍ତିଙ୍କ ଦ୍ୱାରା ଗ୍ୟାଙ୍ଗରେଫ୍‌ର ଶିକାର ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । କେବଳ ଏତିକି ନୁହେଁ, ଗ୍ୟାଙ୍ଗରେଫ୍‌ ପରେ ଅଭିଯୁକ୍ତମାନେ ହାତଗୋଡ଼ ବାନ୍ଧି ପିଡ଼ୀତାଙ୍କୁ ଛାତ ଉପରୁ ତଳକୁ ଫିଙ୍ଗି ଦେଇଥିବା ବେଳେ ଇଲେକ୍ଟ୍ରି ଖୁଣ୍ଟ ଉପରେ ଝୁଲି ରହିଥିଲେ ଯୁବତୀ । ଅଳ୍ପକେ ଯୁବତୀଙ୍କ ଜୀବନ ବଞ୍ଚି ଯାଇଥିବା ସୂଚନା ମିଳିଛି । ଘଟଣା ସଂପର୍କରେ ପୋଲିସ ସୂଚନା ପାଇ ପୀଡ଼ିତାଙ୍କୁ ବିଜୁଳି ଖୁଣ୍ଟରୁ ଉଦ୍ଧାର କରି ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ଏବେ ପୀଡ଼ିତାଙ୍କ ଚିକିତ୍ସା ଚାଲିଥିବା ସୂଚନାରୁ ପ୍ରକାଶ ।

ଏହି ଘଟଣା ଚୁରୁ ଜିଲ୍ଲାର ରେଲୱେ ଷ୍ଟେସନ ପାଖରେ ଘଟିଛି । ଗଣମାଧ୍ୟମ ଅନୁସାରେ ପୀଡ଼ିତା ଜଣକ ଆସାମର ହୋଇଥିବା ବେଳେ ଏବେ ସେ ଦିଲ୍ଲୀରେ ରହୁଥିଲେ । ପୀଡ଼ିତା କହିଛନ୍ତି ଯେ, ଚୁରୁ ନିବାସୀ ସୁନୀଲ ଓରଫ୍‌ ରାଜୁ ତାଙ୍କୁ ଚାକିରି ବାହାନାରେ ଚୁରୁକୁ ଡ଼ାକିଥିଲା । ଏଥିପାଇଁ ସେ ଗତ ଫେବୃୟାରୀ ୧୧ ତାରିଖ ଦିନ ଦିଲ୍ଲୀରୁ ଚୁରୁ ଆସିଥିଲେ । ଚୁରୁର ବସ୍‌ଷ୍ଟାଣ୍ଟକୁ ଜଣେ ଯୁବକ ତାଙ୍କୁ କାର୍‌ରେ ନେବା ପାଇଁ ଆସିଥିଲା । ତେବେ ଆସିଥିବା ଯୁବକ ଜଣକ ତାକୁ ରାଜୁ ପଠାଇଥିବା ଯୁବତୀଙ୍କୁ କହିଥିଲା । ଏହାପରେ ଯୁବତୀ ଜଣକ କାର୍‌ରେ ବସିଥିଲେ । କାର୍‌ ବାଲା ଯୁବକ ପୀଡ଼ିତାଙ୍କୁ ଏକ ଘରକୁ ନେଇଯାଇ ସକାଳୁ ତାଙ୍କୁ କାମ ଦିଆଯିବ ବୋଲି କହିଥିଲା । ଏହାପରେ ସେହି ଘର ଭିତରେ ବିକ୍ରମ ରାଜପୁତ, ଭବାନୀ, ଦେବେନ୍ଦ୍ର ସିଂହ ଓରଫ୍‌ ବୁଲ୍ଲା ଏବଂ ସୁନୀଲ ରାଜପୁତ ଚେନ୍‌ପୁରା ମଦ ପିଇବା ଆରମ୍ଭ କରିଥିଲେ ଏବଂ ପରେ ପରେ ଗ୍ୟାଙ୍ଗରେଫ୍‌ର ଶିକାର ହୋଇଥିଲେ ଯୁବତୀ ଜଣକ ।

Leave A Reply

Your email address will not be published.