jayashree

ଡିସେମ୍ବର ୧ରେ ଆନୁଷ୍ଠାନିକ ଭାବରେ ଭାରତ ଜି -୨୦ର ଅଧ୍ୟକ୍ଷତା ଗ୍ରହଣ କରିବ : ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଜି -୨୦ ଏଜେଣ୍ଡାରେ ମହିଳାମାନଙ୍କୁ ପ୍ରାଥମିକତା ଦେବାକୁ ପଡ଼ିବ

ଇଣ୍ଡୋନେସିଆ : ଡିସେମ୍ବର ୧ରୁ ଭାରତ ଆନୁଷ୍ଠାନିକ ଭାବରେ ଜି -୨୦ର ଅଧ୍ୟକ୍ଷତା ଗ୍ରହଣ କରିବ । ବାଲି ଶିଖର ସମ୍ମିଳନୀ ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଜି -୨୦ ଅଧ୍ୟକ୍ଷତାକୁ ଭାରତକୁ ହସ୍ତାନ୍ତର କରିଥିଲେ । ଜି -୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ଜି -୨୦ର ଦାୟିତ୍ୱ ଏଭଳି ଏକ ସମୟରେ ନେଉଛି, ଯେତେବେଳେ ବିଶ୍ୱ ଜିଓ-ରାଜନୈତିକ ତିକ୍ତତା, ଆର୍ଥିକ ମନ୍ଥରତା, ଶକ୍ତି ମୂଲ୍ୟବୃଦ୍ଧି ଏବଂ ମହାମାରୀର ଦୁଷ୍‌ପ୍ରଭାବ ସହ ଲଢ଼ୁଛି । ଏଭଳି ସମୟରେ ବିଶ୍ୱ ଜି -୨୦ ଆଡକୁ ଆଶା ଆଖିରେ ଚାହିଁ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ମୁଁ ନିର୍ଭର ପ୍ରତିଶୃତି ଦେବାକୁ ଚାହୁଁଛି ଯେ, ଭାରତର ଜି-୨୦ ଅଧ୍ୟକ୍ଷତା ଉଚ୍ଚାଭିଳାଷୀ, ନିର୍ଣ୍ଣାୟକ ଏବଂ କାର୍ଯ୍ୟ ଆଧାରିତ ହେବ । ଏହା ଆମର ପ୍ରୟାସ ହେବ ଯେ, ଜି -୨୦ ନୂତନ ଚିନ୍ତାଧାରାର ପରିକଳ୍ପନା ଏବଂ ସାମୂହିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଗ୍ଲୋବାଲ୍‌ ପ୍ରାଇମ ମୁଭର ଭାବରେ କାର୍ଯ୍ୟ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହିଳାଙ୍କ ଅଂଶଗ୍ରହଣ ବିନା ବିଶ୍ୱ ବିକାଶ ସମ୍ଭବ ନୁହେଁ । ଆମ ଜି -୨୦ ଏଜେଣ୍ଡାରେ ମହିଳା-ନେତୃତ୍ୱାଧୀନ ବିକାଶକୁ ପ୍ରାଥମିକତା ଦେବାକୁ ପଡିବ ।

ବାଲିରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଜି -୨୦ର ଅଧ୍ୟକ୍ଷତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଆମେ ଆମର ବିଭିନ୍ନ ସହର ଏବଂ ରାଜ୍ୟରେ ସଭା ଆୟୋଜନ କରିବୁ । ଆମ ଅତିଥିମାନେ ଭାରତର ଅଦ୍‌ଭୂତତା, ବିବିଧତା, ଉଚ୍ଚକୋଟୀର ପରମ୍ପରା ଏବଂ ସାଂସ୍କୃତିକ ସମୃଦ୍ଧତାକୁ ସମ୍ପୂର୍ଣ୍ଣ ରୂପେ ଅନୁଭବ କରିବେ ।

Leave A Reply

Your email address will not be published.