୫ଟି ରାଜ୍ୟରେ ମତ ଗଣନା ଆରମ୍ଭ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୋଟ ୨୯୪ ଟି ସିଟ୍ ମଧ୍ୟରୁ ୨୯୨ ଟି ଆସନରେ ଗଣନା କରାଯାଉଛି । ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ଏକ ବଡ ଶକ୍ତି ଭାବରେ ଉଭା ହୋଇଛି ଏବଂ ମମତାଙ୍କୁ କଡ଼ା ଟକ୍କର ଦେଉଥିବା ଜଣାପଡ଼ିଛି ।

ଗତ ୪୦ ବର୍ଷ ମଧ୍ୟରେ କେରଳରେ ସରକାର ପ୍ରତି ପାଞ୍ଚ ବର୍ଷରେ ପରିବର୍ତ୍ତନ ହେଉଛି, କିନ୍ତୁ ଏଥର ଏହି ଧାରା ଭାଙ୍ଗିବାକୁ ଯାଉଛି ବୋଲି ମଧ୍ୟ ସାଧାରଣରେ ଆଲୋଚନା ଜୋର୍‌ ଧରିଛି ।

ଆସାମରେ କଂଗ୍ରେସ ୧୨୬ଟି ଆସନରେ ଏକ ବଡ଼ ମିଳିତ ମଞ୍ଚ ସହ ଉଭା ହୋଇଛି, କିନ୍ତୁ ଏକଜିଟ୍ ପୋଲ୍ ବିଜେପି ସପକ୍ଷରେ ବିଜୟର ପୂର୍ବାନୁମାନ କରିଛି ।

ପୁଡୁଚେରୀରେ ୩୦ ଟି ସିଟ୍ ପାଇଁ ଗଣନା କରାଯାଉଛି । ଏଠାରେ ଏନଆର କଂଗ୍ରେସ ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର ବିଜୟ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି ।

ତାମିଲନାଡୁର ୨୩୪ ଟି ଆସନ ପାଇଁ ବିଧାନସଭା ପାଇଁ ମୋଟ ୪,୨୧୮ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର ହେବ ।

Leave A Reply

Your email address will not be published.