om academy

ବିଶ୍ୱର ସର୍ବାଧିକ ଟୀକାକରଣ ଦେଶ ସେଚେଲ୍ସରେ କରୋନା ସଂକ୍ରମଣ ଦ୍ୱିଗୁଣିତ ହେଲା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁସଂଧାନ ଜାରି

jsm

ସେଚେଲ୍ସ : ବିଶ୍ୱର ସର୍ବବୃହତ କରୋନା ଟୀକା ପ୍ରୟୋଗ କରିଥିବା ଆଫ୍ରିକୀୟ ଦେଶ ସେଚେଲ୍ସରେ ମେ ୭ରେ ଶେଷ ହୋଇଥିବା ସପ୍ତାହରେ ହଠାତ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ସେଚେଲ୍ସର ଏହି ଭୟାନକ ପରିସଂଖ୍ୟାନ କୋଭିଡ -୧୯ ଟୀକା ପୃଥିବୀର କେତେକ ସ୍ଥାନରେ କରୋନା ଭୂତାଣୁ ନଷ୍ଟ କରିବାରେ ସହାୟକ କି ନୁହେଁ, ସେ ନେଇ ଚିନ୍ତା ବଢ଼ାଇଛି । ଏହି ସମୟରେ, ଚାପରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ସେଚେଲ୍ସର କରୋନା ଭୂତାଣୁ ସଂକ୍ରମଣର ଆକଳନ କରୁଛି ।

ଏହାପୂର୍ବରୁ ସେଚେଲ୍ସର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଗତ ସପ୍ତାହରେ କରୋନା ସଂକ୍ରମିତ ଲୋକଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକଙ୍କୁ ନିଜ ଦେଶରେ ସମ୍ପୂର୍ଣ୍ଣ ଟୀକା ଦିଆଯାଇଛି। ବିଶ୍ୱର ଅନ୍ୟାନ୍ୟ ଅଂଶ ତୁଳନାରେ ଜନସଂଖ୍ୟା ଅନୁପାତରେ ସେଚେଲ୍ସରେ ସର୍ବାଧିକ କରୋନା ଟୀକାକରଣ ହୋଇଛି । ଏହି ସମୟରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦର୍ଶାଇଛି ଯେ, କରୋନା ଟୀକା ବିଫଳତାକୁ ବିସ୍ତୃତ ସମୀକ୍ଷା କରାଯିବା ବିନା ବିଫଳ କୁହାଯାଇ ପାରିବ ନାହିଁ । ପରିସ୍ଥିତିର ସମୀକ୍ଷା କରୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

Leave A Reply

Your email address will not be published.