ନୂଆଦିଲ୍ଲୀ : ତାଞ୍ଜାନିଆଁ ଠାରେ ଲ୍ୟାଣ୍ଡିଂ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସୂଚନା ମିଳିବା ପର୍ଯ୍ୟନ୍ତ ୧୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ତାଞ୍ଜାନିଆଁ ବ୍ରଡକାଷ୍ଟିଂ କର୍ପୋରେସନ ସୂଚନାନୁସାରେ ଗତ ରବିବାର ତାଞ୍ଜାନିଆଁଠାରେ ଏକ ବିମାନ ଲ୍ୟାଣ୍ଡିଂ କରିବାକୁ ପ୍ରୟାସ କରୁଥିବା ସମୟରେ ନିୟନ୍ତ୍ରଣ ହରାଇ ଭିକ୍ଟୋରିଆ ଝିଲତଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ବିମାନରେ ଯାତ୍ରୀ ସଂଖ୍ୟା ଜଣାପଡ଼ିନଥିବା ବେଳେ ସେଠାକାର ସ୍ଥିତି ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ଟିବିସିର କହିବାନୁସାର, ଦୁର୍ଘଟଣାରେ ୧୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ କୌଣସି ଯାତ୍ରୀଙ୍କର ମତ୍ୟୁ ହୋଇଥିବା ଏ ବାବଦରେ ସଠିକ୍ ତଥ୍ୟ ଜଣାପଡ଼ିନାହିଁ । ବିମାନଟି ରାଜଧାନୀ ଦାର ଏସ ସଲାମଠାରୁ ଉଡ଼ାଣ ଭରିବା ପରେ ଭୀଷଣ ବର୍ଷାତୋଫାନ କାରଣରୁ ଲ୍ୟାଣ୍ଡିଙ୍ଗ୍ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି ।