ସେନା ହେଲିକେପ୍ଟର ଦୁର୍ଘଟଣାରେ ୬ ମୃତ

ଇସଲାମାବାଦ : ଦକ୍ଷିଣ ପଶ୍ଚିମ ପାକିସ୍ତାନର ବେଲୁଚିସ୍ତାରେ ରାତି ମିଶନ ସମୟରେ ଏକ ସେନା ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ସେନା ମେଜର(ଉଭୟ ପାଇଲଟ୍‌)ଙ୍କ ସମେତ ବିମାନରେ ଥିବା ସମସ୍ତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏକ ବିବୃତ୍ତିରେ ସେନା ପକ୍ଷରୁ କୁହାଯାଇଛି, ବେଲୁଚିସ୍ତାନର ରାଜଧାନୀ କ୍ୱାଟାଠାରୁ ପ୍ରାୟ ୧୨୧ କିଲୋମିଟର ଦୂରରେ ଥିବା ଖୋଷ୍ଟ ସହର ନିକଟରେ ବିଳମ୍ବିତ ରାତିରେ ହେଲିକେପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର କାରଣ ଜଣାପଡିନାହିଁ ।

Leave A Reply

Your email address will not be published.