om academy

ଓଲଟିଲା ବରଯାତ୍ରୀ ଗାଡି : ୪ ମୃତ, ୨୪ ଗୁରୁତର

jsm

ଛତିଶଗଡ : ଛତିଶଗଡର ସୁରଜପୁର ଜିଲ୍ଲାରେ ଗତକାଲି ପ୍ରେମନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ଅନୁସାରେ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କ ମଧ୍ୟରୁ ତିନିଜଣଙ୍କୁ ସୁରଜପୁରରୁ ଅମ୍ବିକାପୁର ଡାକ୍ତରଖାନାକୁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଖବର ପଶଇ ପ୍ରେମନଗର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.