ଭାରତର ସବୁଠୁ ବଡ ଡ୍ରୋନ୍ ଉତ୍ସବ : ଭାରତ ଡ୍ରୋନ୍ ମହୋତ୍ସବ-୨୦୨୨କୁ ପ୍ରଗତି ମଇଦାନରେ ମଇ ୨୭ ତାରିଖରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠୁ ବଡ ଡ୍ରୋନ୍ ଉତ୍ସବ – ଭାରତ ଡ୍ରୋନ୍ ମହୋତ୍ସବ ୨୦୨୨ କୁ ୨୭ ମଇ ୨୦୨୨ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ କିଷାନ୍ ଡ୍ରୋନ୍ ପାଇଲଟମାନଙ୍କ ସହ ମଧ୍ୟ ଆଲୋଚନା କରିବେ, ଖୋଲା ଆକାଶରେ ଡ୍ରୋନ୍ ପ୍ରଦର୍ଶନ ଦେଖିବେ ଏବଂ ଡ୍ରୋନ୍ ପ୍ରଦର୍ଶନୀ କେନ୍ଦ୍ରରେ ଷ୍ଟାର୍ଟଅପମାନଙ୍କ ସହିତ ଆଲୋଚନା କରିବେ । ଭାରତ ଡ୍ରୋନ୍ ମହୋତ୍ସବ ୨୦୨୨ ହେଉଛି ଦୁଇ ଦିନିଆ କାର୍ୟ୍ୟକ୍ରମ ଏବଂ ଏହା ୨୭ ଏବଂ ୨୮ ମଇରେ ଅନୁଷ୍ଠିତ ହେବ । ସରକାରୀ ଅଧିକାରୀ, ବିଦେଶୀ କୂଟନୀତିଜ୍ଞ, ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ପିଏସ୍ୟୁ, ଘରୋଇ କମ୍ପାନୀ ଏବଂ ଡ୍ରୋନ୍ ଷ୍ଟାର୍ଟଅପ୍ ଇତ୍ୟାଦିର ୧୬୦୦ ରୁ ଅଧିକ ପ୍ରତିନିଧି ମହୋତ୍ସବରେ ଅଂଶଗ୍ରହଣ କରିବେ । ୭୦ ରୁ ଅଧିକ ପ୍ରଦର୍ଶନକାରୀ ପ୍ରଦର୍ଶନୀରେ ଡ୍ରୋନର ବିଭିନ୍ନ ବ୍ୟବହାର ଦେଖାଇବେ । ମହୋତ୍ସବରେ ଅନ୍ୟଗୁଡିକ ମଧ୍ୟରେ ଭର୍ଚୁଆଲ ବ୍ୟବସ୍ଥାରେ ଡ୍ରୋନ୍ ପାଇଲଟ୍ ସାର୍ଟିଫିକେଟ୍ ପ୍ରଦାନ, ନୂତନ ସାମଗ୍ରୀର ଶୁଭାରମ୍ଭ, ପ୍ୟାନେଲ୍ ଆଲୋଚନା, ଉଡାଣ ପ୍ରଦର୍ଶନ, ମେଡ୍ ଇନ୍ ଇଣ୍ଡିଆ ଡ୍ରୋନ୍ ଟ୍ୟାକ୍ସି ପ୍ରୋଟୋଟାଇପ୍ ଆଦି ଦେଖିବାକୁ ମିଳିବ ।

Leave A Reply

Your email address will not be published.