
• ୧,୭୨,୭୩୪.୬୯ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ୱାରା ଲାଭାନ୍ୱିତ ହେଲେ ପ୍ରାୟ ୧୩୦.୬୫ ଲକ୍ଷ ଚାଷୀ
• ୩୦ ଅଗଷ୍ଟ ୨୦୨୨ ସୁଦ୍ଧା ୧୮୭.୯୨ ଲକ୍ଷ ମେଟ୍ରିକ ଟନ୍ ଗହମ କ୍ରୟ; ୩୭,୮୬୬.୧୩ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ୱାରା ଲାଭାନ୍ୱିତ ହେଲେ ପ୍ରାୟ ୧୭.୮୩ ଲକ୍ଷ ଚାଷୀ
• ୨୦୨୧-୨୨ ଖରିଫ ବିପଣନ ଋତୁ ଏବଂ ୨୦୨୨-୨୩ ରବି ବିପଣନ ଋତୁରେ ଏମଏସପି ଦରରେ ଫସଲ କ୍ରୟ ସ୍ଥିତି ଉଲ୍ଲେଖନୀୟ
ନୂଆଦିଲ୍ଲୀ, (ପିଆଇବି) : ୨୦୨୧-୨୨ ଖରିଫ ବିପଣନ ଋତୁରେ କେନ୍ଦ୍ରୀୟ ପୁଲ ଅନ୍ତର୍ଗତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଧାନ କ୍ରୟ ସୁଗମ ଭାବେ ଜାରି ରହିଛି ।
୩୦ ଅଗଷ୍ଟ ୨୦୨୨ ସୁଦ୍ଧା ମୋଟ୍ ୮୮୧.୩୦ ଲକ୍ଷ ମେଟ୍ରିକ ଟନ୍ ପରିମାଣର ଧାନ (୭୫୯.୩୨ ଲକ୍ଷ ମେଟ୍ରିକ ଟନ ଖରିଫ ଫସଲ ଏବଂ ୧୨୧.୯୮ ଲକ୍ଷ ମେଟ୍ରିକ ଟନ୍ ରବି ଫସଲ ସାମିଲ ରହିଛି) କିଣାଯାଇଛି । ୧,୭୨,୭୩୪.୬୯ କୋଟି ଟଙ୍କାର ଏମଏସପି ମୂଲ୍ୟ ସହିତ ପ୍ରାୟ ୧୩୦.୬୫ ଲକ୍ଷ ଚାଷୀ ଲାଭବାନ ହୋଇଛନ୍ତି ।

୨୦୨୨-୨୩ ରବି ବିପଣନ ଋତୁ ସମୟରେ ଗହମ କ୍ରୟ
୨୦୨୨-୨୩ ରବି ବିପଣନ ଋତୁରେ ୩୦ ଅଗଷ୍ଟ ୨୦୨୨ ସୁଦ୍ଧା ୧୮୭.୯୨ ଲକ୍ଷ ମେଟ୍ରିକ ଟନ୍ ଗହମ କିଣାଯାଇଛି । ୩୭,୮୬୬.୧୩ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ବାରା ପ୍ରାୟ ୧୭.୮୩ ଲକ୍ଷ ଚାଷୀ ଲାଭାନ୍ୱିତ ହୋଇଛନ୍ତି ।