ବିରାଟ-ଅନୁଷ୍କାଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ୍‌ ଦେଇଥିବା ଯୁବକ ଗିରଫ୍‌ : ଅଭିଯୁକ୍ତ ଜଣେ ସପ୍ଟୱେର୍‌ ଇଂଜିନିଅର୍‌

ମୁମ୍ବାଇ : ଆଇସିସି କ୍ରିକେଟ୍‌ ବିଶ୍ୱ କପ୍‌ର ପ୍ରାରମ୍ଭରେ ଭାରତର ପ୍ରଦର୍ଶନ ଦୁଃଖଦାୟକ ରହିଥିବା ବେଳେ ଏଥିପାଇଁ ଭାରତୀୟ ଟିମ୍‌କୁ ଅନେକ କଟୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏପରିକି କିଛି ଲୋକ ଟିମ୍‌ର ଖେଳାଳୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଧମକ୍‌ ଦେବାର ଆରମ୍ଭ କରିଦେଲେ । ଏହି କ୍ରମରେ ଭାରତୀୟ ଟିମ୍‌ର କ୍ୟାପ୍‌ଟେନ୍‌ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଝିଅଙ୍କୁ ଜଣେ ଯୁବକ ଦୁଷ୍କର୍ମ ଧମକ୍‌ ଦେଇଥିଲା । ତେବେ ଏହି ମାମଲାରେ ଏବେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ଗିରଫ୍‌ କରିବାରେ ସଫଳତା ହାସଲ୍‌ କରିଛି । ମିଳିଥିବା ସୂଚନା ଅନୁସାରେ ଦୁଷ୍କର୍ମ ଧମକ୍‌ ଦେଇଥିବା ଯୁବକକୁ ମୁମ୍ବାଇ ସାଇବର୍‌ ସେଲ୍‌ ପୁଲିସ ହାଇଦ୍ରାବାଦରୁ ଗିରଫ୍‌ କରିଥିବା ବେଳେ ଅଭିଯୁକ୍ତ ଜଣକ ରାମନାଗେଶ ଶ୍ରୀନିବାସ ଅକୁବାଥିନୀ ଜଣେ ସପ୍ଟୱେର୍‌ ଇଂଜିନିଅର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.