ବସ୍‌ ଓ ଏସ୍‌ୟୁଭି ମୁହାଁ ମୁହିଁ ଧକ୍କା : ୧୧ ମୃତ

ଭୋପାଳ : ମଧ୍ୟପ୍ରଦେଶର ବେଟୁଲ୍‌ ଜିଲ୍ଲାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ଶ୍ରମିକ । ସେମାନେ ଏସ୍‌ୟୁଭିରେ ମହାରାଷ୍ଟ୍ରର ଅମରାବତୀରୁ ଫେରୁଥିବା ବେଳେ ଭୋର ସମୟରେ ବେଟୁଲ ଜିଲ୍ଲାର ଝାଲର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି । ନିଦରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

Leave A Reply

Your email address will not be published.