ନୂଆଦିଲ୍ଲୀ : ଦିଲ୍ଲୀରେ ସ୍କୁଲ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ ଏବଂ ଜିମ୍ ଖୋଲିବ । ଆଜି ଡ଼ିଡ଼ିଏମ୍ଏ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଶିକ୍ଷାନୁଷ୍ଠାନ ଖୋଲିବା ସହିତ ରାତିର କର୍ଫ୍ୟୁକୁ ମଧ୍ୟ ଏକ ଘଣ୍ଟା କମ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହି ସମୟରେ, ୨୦୫ ଜଣ ଲୋକ ବିବାହ ସମାରୋହରେ ଯୋଗଦେଇ ପାରିବେ । ଧାର୍ମିକ ସ୍ଥାନ ଖୋଲିବାକୁ ବୈଠକରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।