ଭାରତରେ କରୋନାର ୨ୟ ତରଙ୍ଗ କେବେ ଶିଖରରେ ପହଞ୍ଚିବ ? ସିଇଏ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍ ଦେଲେ ସୂଚନା

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସର ଦ୍ୱିତୀୟ ତରଙ୍ଗ ଭୟବହ ହେବାରେ ଲାଗିଛି ଏବଂ କ୍ରମାଗତ ଭାବରେ ରେକର୍ଡ ମାମଲା ସାମ୍‌ନାକୁ ଆସୁଛି । ଏହି ସମୟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କେ.ଭି ସୁବ୍ରମଣ୍ୟନ କହିଛନ୍ତି ଯେ, କରୋନା ଭାଇରସର ଦ୍ୱିତୀୟ ତରଙ୍ଗ ମେ’ ମାସ ମଧ୍ୟ ଭାଗରେ ଶିଖରରେ ପହଞ୍ଚି ପାରେ । କେ.ଭି. ସୁବ୍ରମଣ୍ୟାନ୍ କହିଛନ୍ତି ଯେ, ବର୍ତ୍ତମାନର କୋଭିଡ -୧୯ ମହାମାରୀର ସଂକ୍ରମଣ ଆସନ୍ତା ମାସ ମଧ୍ୟ ଭାଗରେ ଏହାର ଶିଖରରେ ପହଞ୍ଚିପାରେ । ଅର୍ଥନୀତି ଉପରେ ଏହାର ପ୍ରଭାବ ସେତେଟା ବ୍ୟାପକ ହେବ ନାହିଁ ବୋଲି ସେ ଆଶା କରିଥିଲେ। ସମଗ୍ର ଦେଶରେ କରୋନା ସଂକ୍ରମଣର ଦ୍ରୁତ ପ୍ରସାର ମଧ୍ୟରେ ସେ ଏହା କହିଛନ୍ତି ।

ସୁବ୍ରମଣ୍ୟମ୍ କହିଛନ୍ତି ଯେ, କରୋନା ସଂକ୍ରମଣର ଶିଖରରେ ପହଞ୍ଚିବାର ତାଙ୍କର ମୂଲ୍ୟାଙ୍କନ ଆଇସିଏମ୍ଆର (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ସମେତ ବିଭିନ୍ନ ସଂଗଠନର ଅନୁସନ୍ଧାନ ଉପରେ ଆଧାରିତ । ଗ୍ରେଟ୍‌ ଲେକ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଦ୍‌ଦ୍ୱାରା ଅନଲାଇନରେ ଆୟୋଜିତ ଏହି କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ସେ ମହାମାରୀ ସମ୍ବନ୍ଧୀୟ ବିଶେଷଜ୍ଞ ନୁହଁନ୍ତି, ତେଣୁ ସମାନ ପ୍ରସଙ୍ଗରେ ଏହାର ମୂଲ୍ୟାଙ୍କନ କରାଯିବା ଉଚିତ ।

Leave A Reply

Your email address will not be published.