om academy

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪ ଲକ୍ଷରୁ ଅଧିକ ଆଂକ୍ରାନ୍ତ ଚିହ୍ନଟ, ୩୯୧୫ ଲୋକଙ୍କ ଜୀବନ ନେଲା

jsm

ନୂଆଦିଲ୍ଲୀ : କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଦେଶରେ ହାହାକାର ସୃଷ୍ଟି କରୁଛି । ଗୁରୁବାର ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଚାରି ଲକ୍ଷ ଅତିକ୍ରମ କରିଛି । ଗୁରୁବାର ଦିନ ସାରା ଦେଶରେ ମୋଟ ୪,୧୪,୧୮୮ ଟି ନୂଆ ମାମଲା ରୁଜୁ ହୋଇଥିବା ବେଳେ ୩୯୧୫ ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣର ସଂଖ୍ୟା ୨,୧୪,୯୧,୫୯୮ରେ ପହଞ୍ଚିଛି । ସେଥିମଧ୍ୟରୁ ୧,୭୬,୧୨,୩୫୧ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ୟ୍ୟନ୍ତ ୨,୩୪,୦୮୩ ରୋଗୀ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ୧୬,୪୯,୭୩,୦୫୮ ଲୋକଙ୍କୁ ଟିକା ଦିଆଯାଇଛି ।

Leave A Reply

Your email address will not be published.