ଦେଶରେ କରୋନା ସଂକ୍ରମଣ କ୍ଷୀପ୍ର : ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୭୧ ହଜାର ୨୦୨ ନୂତନ ଆକ୍ରାନ୍ତ ଚିହ୍ନଟ, ୩୧୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସାରା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୭୧ ହଜାର ୨୦୨ଟି ନୂଆ କରୋନା ମାମଲା ସାମ୍‌ନାକୁ ଆସିଛି । ଗତକାଲି ତୁଳନାରେ ୨ ହଜାର ୩୬୯ ମାମଲା ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୧ ଲକ୍ଷ ୩୮ ହଜାର ୩୩୧ ଲୋକ ଆରୋଗ୍ୟ ହୋଇଛନ୍ତି । ଏହା ପରେ ଭାରତରେ ମୋଟ ସକ୍ରିୟ ମାମଲା ୧୫ ଲକ୍ଷ ୫୦ ହଜାର ୩୭୭କୁ ବୃଦ୍ଧି ପାଇଛି । ଏଥିସହିତ ପଜିଟିଭ୍‌ ହାର ମଧ୍ୟ ୧୬.୨୮ ପ୍ରତିଶତରେ ପହଞ୍ଚିଛି । ଏହି ସମୟ ମଧ୍ୟରେ, ଓମିକ୍ରନର ୭ ହଜାର ୭୪୩ ରୋଗୀ ନିଶ୍ଚିତ ହୋଇଛନ୍ତି ।

Leave A Reply

Your email address will not be published.