om academy

ଦେଶରେ କରୋନା ସକ୍ରିୟ ମାମଲା ୯ ଲକ୍ଷରୁ କମ୍ : ଗତ ୨୪ ଘଣ୍ଟା ମଧ୍ୟରେ ୬୨୨୨୪ ଆକ୍ରାନ୍ତ ଚିହ୍ନଟ

jsm

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ବର୍ତ୍ତମାନ ନିମ୍ନଗାମୀ ହେବାରେ ଲାଗିଛି । ସଂକ୍ରମଣ ହାର ବହୁ ପରିମାଣରେ ନିୟନ୍ତ୍ରଣରେ ଥିବା ପରି ମନେ ହେଉଛି । ଏହି କାରଣରୁ ନୂତନ ରୋଗୀ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଏହା ସହିତ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବଢ଼ିଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍‌ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣର ୪୭୯୪୬ ସକ୍ରିୟ ମାମଲା ହ୍ରାସ ପାଇଛି ଏବଂ ବର୍ତ୍ତମାନ ଦେଶରେ ୮୬୫୪୩୨ ସକ୍ରିୟ ମାମଲା ବାକି ଅଛି । ଏକ ସମୟ ଥିଲା ଯେତେବେଳେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲା ପ୍ରାୟ ୩୯ ଲକ୍ଷରେ ପହଞ୍ଚିଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ରୋଗୀଙ୍କ ଚିହ୍ନଟ ପାଇଁ ୧୯.୩୦ ଲକ୍ଷରୁ ଅଧିକ ପରୀକ୍ଷା କରାଯାଇଛି ଏବଂ ସେମାନଙ୍କ ମଧ୍ୟରେ ୬୨୨୨୪ ଜଣ ଲୋକ ପଜିଟିଭ୍‌ ଥିବା ଜଣାପଡିଛି । ଅର୍ଥାତ୍ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ହାର ୩.୨୨ ପ୍ରତିଶତ ରେକର୍ଡ କରାଯାଇଛି । ଏକ ସମୟରେ ଦେଶରେ କରୋନା ସଂକ୍ରମଣ ହାର ୨୨ ପ୍ରତିଶତରୁ ଅଧିକ ହୋଇଯାଇଥିଲା । ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ୨.୯୬ କୋଟିରୁ ଅଧିକ ଲୋକେ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟ ହୋଇଛି, ଯଦିଓ ଏଥିରେ ୨.୮୩ କୋଟିରୁ ଅଧିକ ଲୋକ ଆରୋଗ୍ୟ ହୋଇଛନ୍ତି । ଅର୍ଥାତ୍ ଦେଶରେ କରୋନାରୁ ସୁସ୍ଥ ହାର ୯୫.୭୯ ପ୍ରତିଶତ ଅଟେ ।

Leave A Reply

Your email address will not be published.