oum

କରୋନାରେ ଚାଲିଗଲେ କଂଗ୍ରେସ ବିଧାୟକ କଳାବତୀ

jsm

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର ଜୋବାଟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ କଳାବତୀ ଭୂରିୟାଙ୍କ (୪୭) ପରଲୋକ ହୋଇଯାଇଛି । ସେ କରୋନାରେ ସଂକ୍ରମଣ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲର ଚିକିତ୍ସା ଅଧିକାରୀଙ୍କ କହିବା ଅନୁଯାୟୀ, କଳାବତୀଙ୍କ ଫୁସଫୁସରେ ୭୦ ପ୍ରତିଶତରୁ ଅଧିକ ସଂକ୍ରମଣ ହୋଇଥିଲା । ଯାହାଫଳରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ସେଥିରେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଆଜି ତାଙ୍କର ଅବସ୍ଥା ଅଧିକ ଗୁରୁତର ହୋଇ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.