୨୦୧୪ ବର୍ଷ ପର୍ଯ୍ୟନ୍ତ ଦେଶରେ କେବଳ ୩୮୦ ମେଡିକାଲ୍ କଲେଜ ଥିଲା, ବର୍ତ୍ତମାନର ସ୍ଥିତି କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ସ୍ୱାଧୀନତା ଠାରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ମୋଟ ୩୮୦ ମେଡିକାଲ କଲେଜ ଥିଲା, ନରେନ୍ଦ୍ର ମୋଦୀ ସରକାର ଆସିବା ପରେ ଏଥିରେ ବୃଦ୍ଧି ଘଟିଛି । ରବିବାର ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ୨୬୨ଟି ନୂତନ ମେଡିକାଲ କଲେଜ ନିର୍ମାଣ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ ଏକ ସେମିନାରକୁ ସମ୍ବୋଧିତ କରିବାବେଳେ ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ କହୁଛି ସେମାନେ ଦେଶରେ ୭୦୦ ନାବୋଦୟ ବିଦ୍ୟାଳୟ ନିର୍ମାଣ କରିଛନ୍ତି । ମାତ୍ର ୯ ବର୍ଷ ମଧ୍ୟରେ ଦେଶର ସମସ୍ତ ଆଦିବାସୀ ତଥା ପଛୁଆ ଜିଲ୍ଲାରେ ମୋଦୀ ସରକାର ୬୯୨ ଏଭଳି ବିଦ୍ୟାଲୟଙ୍କୁ ଅନୁମତି ଦେଇଛନ୍ତି । ଦିଲ୍ଲୀ ବିଜେପି ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ ପ୍ରଧାନ କହିଛନ୍ତି ଯେ, ସ୍ୱାଧୀନତା ଠାରୁ ୨୦୧୪ ପର୍ଯ୍ୟନ୍ତ ସାରା ଦେଶରେ ମୋଟ ୩୮୦ଟି ମେଡିକାଲ କଲେଜ ଥିଲା, କିନ୍ତୁ ମୋଦୀ ସରକାର କ୍ଷମତାକୁ ଆସିବା ପରେ ୨୬୨ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି ।

Leave A Reply

Your email address will not be published.