ବାରବାଙ୍କି ଠାରେ ସିଏମ୍ ଯୋଗୀଙ୍କ ସମାବେଶ ସ୍ଥଳରେ କୃଷକମାନେ ଛାଡ଼ି ଦେଲେ ଶହ ଶହ ଗାଈଗୋରୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଚାଷୀଙ୍କ କ୍ରୋଧ ଦେଖିବାକୁ ମିଳିଛି । ନିର୍ବାଚନ ସମୟରେ ବୁଲା ଗାଈଗୋରୁ ମାନଙ୍କ ଦ୍ୱାରା କ୍ଷେତ ନଷ୍ଟ ହେବା କାରଣରୁ କୃଷକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିସହିତ, ରାଜଧାନୀ ଲକ୍ଷ୍ନୌ ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ବାରବାଙ୍କି ଠାରେ କୃଷକମାନେ ଯୋଗୀ ସରକାରଙ୍କୁ ବିରୋଧ କରିବାର ଏକ ନିଆରା ଉପାୟ ଅବଲମ୍ବନ କରିଥିବା ଦେଖିବାକୁ ମିଳିଛି । ଯୋଗୀଙ୍କ ସମାବେଶରେ ବାରବାଙ୍କିର କୃଷକମାନେ ବହୁ ସଂଖ୍ୟକ ଗାଈଗୋରୁ ଛାଡ଼ି ଦେଇଥିଲେ । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଲି ପୂର୍ବରୁ ବାରବାଙ୍କିର କୃଷକମାନେ ଶହ ଶହ ଗୋରୁଙ୍କୁ ସମାବେଶ ସ୍ଥଳରେ ଛାଡି ଦେଇଥିଲେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.