ପ୍ରେମିକା ସହ ହୋଟେଲରେ ମସ୍ତି କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଲା କୁଖ୍ୟାତ ଅପରାଧୀ ଚିଣ୍ଟୁ ପାଣ୍ଡେ

ଗୟା : ବିହାରର ଜଣେ କୁଖ୍ୟାତ ଅପରାଧୀ ପ୍ରେମିକା ସହ ହୋଟେଲରେ ମସ୍ତି କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି । ହୋଟେଲ ବେଡ୍‌ରୁମ୍‌ରୁ ସିଧା ଜେଲ୍‌ରେ ପହଂଚିଛି ଅପରାଧୀ । କୁଖ୍ୟାତ ଅପରାଧୀ ଚିଣ୍ଟୁ ପାଣ୍ଡେ ଓରଫ୍‌ ଚିଣ୍ଟୁ ବାବାକୁ ହୋଟେଲରେ କଲିକତାର ପ୍ରେମିକା ସହ ମସ୍ତି କରିବା ସମୟରେ ବୁଦ୍ଧଗୟା ପୋଲିସ ଗିରଫ କରିଛି । କୁଖ୍ୟାତ ଚିଣ୍ଟୁ ବିରୋଧରେ କେବଳ ବୁଦ୍ଧଗୟା ଥାନାରେ ଅଧା ଡଜନରୁ ଅଧିକ ମାମଲା ପଞ୍ଜିକୃତ ହୋଇଥିବା କୁହାଯାଇଛି । ସୂଚନା ଅନୁସାରେ ଗାୟାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ମାମଲାରେ ଚିଣ୍ଟୁକୁ ମଧ୍ୟ ଖୋଜୁଥିଲା ପୋଲିସ । ଚିଣ୍ଟୁ ପ୍ରେମିକା ସହିତ ରଙ୍ଗରେଲିଆଁ ମନେଇବା ପାଇଁ ବୁଦ୍ଧଗୟା ପୋଲିସ ଷ୍ଟେସନ ଅଂଚଳର ଏକ ଗେଷ୍ଟ ହାଉସ୍‌ରେ ପହଂଚିିଥିଲା । ଏହି ସମୟରେ କୋଲକାତାର ସୋନାଗାଛିରୁ ଆସିଥିବା ଦୁଇ ଜଣ ଯୁବତୀଙ୍କୁ ମଧ୍ୟ ପୋଲିସ ପକ୍ଷରୁ ଅଟକ ରଖାଯାଇ ଥିବାବେଳେ ଗେଷ୍ଟ ହାଉସର ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.