ଗୋଆ : କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି । ପିଏମ୍ ମୋଦୀ କହିଥିଲେ, ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ପାଇଁ ଗୋଆର ମୁକ୍ତି ବିଳମ୍ବ ହୋଇଥିଲା । ଏହାର ଜବାବ୍ ଦେବାକୁ ଯାଇ ପି.ଚିଦାମ୍ବରମ୍ କହିଛନ୍ତି ଯେ, ଏହା ଇତିହାସକୁ ବିକୃତ କରିବା ଏକ ହତାଶ ପ୍ରୟାସ । ନେହେରୁ ଗୋଆକୁ ମୁକ୍ତ କରିବା ପାଇଁ ଉଚିତ୍ ସମୟରେ ହସ୍ତକ୍ଷେପ କରିଥିଲେ ଏବଂ ଏଥିପାଇଁ ସୈନ୍ୟବାହିନୀ କାର୍ଯ୍ୟକଳାପ ବିରୁଦ୍ଧରେ କେହି ସ୍ୱର ଉତ୍ତୋଳନ କରିନଥିଲେ । ସେ ଆହୁରି କହିଛନ୍ତି ଯେ, ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବଛା ଯାଇଥିବା କୌଣସି ବି କଂଗ୍ରେସ ବିଧାୟକ ଏଥର ଗୋଆରେ ଭାଜପା ଦ୍ୱାରା କ୍ୟାପ୍ଚର ହେବେ ନାହିଁ । ସେ କହିଛନ୍ତି, ଆମ ଘର ସୁରକ୍ଷିତ ଅଛି, ଚୋର ଏବେବି ବାହାରେ ରହିଛି, ଲୋକେ ଉଚିତ୍ ଶିକ୍ଷା ଦେବେ ।