oom

ଆଫଗାନିସ୍ତାନରେ ଗୃହଯୁଦ୍ଧ ସଂଭାବନାକୁ ନେଇ ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶିଙ୍କ ଚେତାବନୀ

jsmm

ଇସଲାମାବାଦ : ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସାରା ଦେଶରେ ଏହି ଦେଶର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଏହି ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ବୁଧବାର ଆଫଗାନିସ୍ତାନରୁ ବିଦେଶୀ ସୈନ୍ୟ ପ୍ରତ୍ୟାହାରକୁ ଏକ ଦାୟିତ୍ୱହୀନ ତଥା ବିଶୃଙ୍ଖଳିତ ପଦକ୍ଷେପ ବୋଲି କହିଛନ୍ତି ଏବଂ ଯଦି ପାଶ୍ଚାତ୍ୟ ଦେଶ ତାଲିବାନ ସହ ଯୋଗାଯୋଗ କରିବାରେ ବିଫଳ ହୁଏ, ତେବେ ସେଠାରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି ।

ପାକିସ୍ତାନର ଟେଲିଭିଜନ ନ୍ୟୁଜ ଚ୍ୟାନେଲ୍‌ ଜିଓ ନ୍ୟୁଜ୍ ରିପୋର୍ଟ କରିଛି ଯେ, କୁରେଶି ଆଫଗାନିସ୍ତାନରେ ସମ୍ଭାବ୍ୟ ବିଶୃଙ୍ଖଳା ଏବଂ ଆତଙ୍କବାଦ ପୁନର୍ବାର ଆଶଙ୍କା ସୃଷ୍ଟି କରିବା ସଂଭାବନାକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ, ଆଫଗାନିସ୍ତାନରେ ଯୁଦ୍ଧ ବନ୍ଦ ହେବା ନେଇ ପାକିସ୍ତାନର ଚିନ୍ତାକୁ ଅଣଦେଖା କରାଯାଇ ଦାୟିତ୍ୱହୀନ ଭାବେ ସୈନ୍ୟ ପ୍ରତ୍ୟାହାର କରାଯାଇଛି । ଆମେରିକାର ସୈନ୍ୟବାହିନୀକୁ ନେଇଥିବା ଶେଷ ସି-୧୭ କାର୍ଗୋ ବିମାନ ମଙ୍ଗଳବାର ସକାଳେ କାବୁଲର ହମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରି ଆଫଗାନିସ୍ତାନରେ ଆମେରିକାର ୨୦ ବର୍ଷର ସାମରିକ କାର୍ଯ୍ୟକୁ ସମାପ୍ତ କରିଥିଲା ।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ଅରାଜକତା ବ୍ୟାପିପାରେ ଏବଂ ଏହା ସେହି ସଂସ୍ଥାମାନଙ୍କୁ ସୁହାଇବ, ଯାହାକୁ ଆମେ ସମସ୍ତେ ଭୟ କରୁଛୁ । ଆମେ ଚାହୁଁନାହୁଁ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନରେ ସେମାନଙ୍କର ମୂଳ ମଜବୁତ କରନ୍ତୁ ।

jittmm
Leave A Reply

Your email address will not be published.