
ଚେନ୍ନାଇ : ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଚଲପତି ରାଓ (୭୮)ଙ୍କ ରବିବାର ପରଲୋକ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିଲେ । ଘରେ ଥିବାବେଳେ ସକାଳେ ତାଙ୍କୁ ହୃଦ୍ଘାତ ହୋଇଥିଲା । ତାଙ୍କ ମୃତ୍ୟୁରେ ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ତାଙ୍କ କ୍ୟାରିୟରରେ ସେ ୬୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ।