oum

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲ ଗାନ୍ଧୀଙ୍କ ଖୋଲା ଆ‌ହ୍ୱାନ : ‘ଯଦି ଆପଣଙ୍କର ସାହସ ଅଛି, ତେବେ କୃଷକ ଏବଂ ଚାକିରୀ ବିଷୟରେ କୁହନ୍ତୁ’

jsm

ନୂଆଦି‌ଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରବିବାର ସକାଳେ କୃଷକ ଏବଂ ବେକାରୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ କି ବାତ୍‌ କାର୍ୟ୍ୟକ୍ରମ ପୂର୍ବରୁ ରାହୁଲ ଗାନ୍ଧୀ ଏହି ଆହ୍‌ହ୍ୱାନ ଦେଇଛନ୍ତି । ଏହା ପୂର୍ବରୁ ତାମିଲନାଡୁର ଥୋଥୁକୁଡି ଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିବା ବେଳେ ରାହୁଲ ଗାନ୍ଧୀ ପୁଣି ଥରେ ଶାହା ଏବଂ ମୋଦୀଙ୍କୁ ଟାର୍ଗେଟ କରିଥିଲେ ।

ସେ କହିଛନ୍ତି, ପ୍ରଶ୍ନ ଏହା ନୁହେଁ ଯେ ପ୍ରଧାନମନ୍ତ୍ରୀ ଉପଯୋଗୀ କି ନୁହନ୍‌ନ୍ତି । ପ୍ରଶ୍ନ ଏହା ଯେ ସେ କାହା ପାଇଁ ଉପଯୋଗୀ । ଦେଖନ୍ତୁ, ମୁଁ ଏହି ଦେଶର କୃଷକ, ଗରିବ, ମହିଳା ଏବଂ ଯୁବକମାନଙ୍କ ପାଇଁ ଉପଯୋଗୀ ।ଜ୍ଝ ଦୁଇ ଜଣଙ୍କ ପାଇଁ ନରେନ୍ଦ୍ର ମୋଦୀ ଉପଯୋଗୀ । କାରଣ ସେ ଦୁହେଁ ଭାରତର ପ୍ରଧାନମନ୍ତ୍ରୀଙ୍‌ଙ୍କୁ ବ୍ୟବହାର କରୁଛନ୍ତି । ସମୟ ଆସିଲେ ସେମାନେ ତାଙ୍କୁ ଫିଙ୍ଗି ଦେବେ । ଏଭଳି ପରିସ୍ଥିତିରେ ବିରୋଧୀକୁ ବୁଝିବା ଜରୁରୀ ଅଟେ । ସେମାନେ ଗରିବ ଲୋକମାନଙ୍କ ପାଇଁ ଅଦରକାରୀ । ସେମାନେ ‘ହମ୍ ଦୋ ହାମାରେ ଦୋ’ ପାଇଁ ଅତ୍ୟନ୍ତ ଉପଯୋଗୀ ।

Leave A Reply

Your email address will not be published.