om academy

ଦେଶର ୧୦୫ଟି ସ୍ଥାନରେ ସିବିଆଇ ଚଢ଼ାଉ

jsm

ନୂଆଦିଲ୍ଲୀ : ସିବିଆଇ ସାରା ଦେଶରେ ବଡ ପଦକ୍ଷେପ ନେଇଛି । ସିବିଆଇ ଦ୍ୱାରା ଦେଶର ୧୦୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ସାଇବର ଠକେଇ ବିଷୟରେ ହୋଇଛି । ସୂଚନାନୁସାରେ, ୮୭ଟି ସ୍ଥାନରେ ସିବିଆଇ ଟିମ୍‌ ଥିବା ବେଳେ ରାଜ୍ୟ ପୋଲିସର ସମନ୍ୱୟ ରକ୍ଷା କରି ୧୮ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଦିଲ୍ଲୀର ୫ଟି ସ୍ଥାନରେ ଚଢ଼ାଉ ଚାଲିଛି । ଏହା ବ୍ୟତୀତ ରାଜସ୍ଥାନର ଆଣ୍ଡାମାନ, ପଞ୍ଜାବ, ଚଣ୍ଡିଗଡ଼ରେ ଚଢ଼ାଉ କରାଯାଉଛି । ସିବିଆଇ ରାଜସ୍ଥାନର ରାଜସାମନ୍ଦରୁ ଏକ କଲ ସେଣ୍ଟରର ପର୍ଦ୍ଦାଫାଶ କରିଛି । ଏଥିସହ ଦେଢ଼ କିଲୋଗ୍ରାମ ସୁନା ଓ ଦେଢ଼ କୋଟି ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି । ସାଇବର ଅପରାଧରେ ସମ୍ପୃକ୍ତ ପୁନେ ଏବଂ ଅହମଦାବାଦରେ ଦୁଇଟି କଲ ସେଣ୍ଟରରେ ମଧ୍ୟ ଚଢ଼ାଉ କରାଯାଇଛି ।

Leave A Reply

Your email address will not be published.