om academy

କାନାଡାର ଏକ ସ୍କୁଲରେ ମିଳିଛି ୨୧୫ ପିଲାଙ୍କ ମୃତଦେହ : ଉତ୍ତେଜନା

jsm

କେମଲୁପ୍ସ : ୨୧୫ ଶିଶୁଙ୍କ ମୃତଦେହ କାନାଡାର ଏକ ସ୍କୁଲ କ୍ୟାମ୍ପସରେ ପୋତି ଦିଆଯାଇଥିବା ଦେଖିବାକୁ ମିଳିଛି । ଏଥିମଧ୍ୟରୁ ୩ ବର୍ଷ ବୟସ ପର୍ୟ୍ୟନ୍ତ ପିଲାମାନଙ୍କର ବି ଶରୀର ରହିଛି । ଏହି ବିଦ୍ୟାଳୟଟି କାନାଡାର ସର୍ବ ବୃହତ ଆବାସିକ ବିଦ୍ୟାଳୟ ଭାବରେ ପରିଗଣିତ ହେଉଥିଲା । ଏତେ ସଂଖ୍ୟକ ଶିଶୁଙ୍କ ମୃତଦେହ ଆବିଷ୍କାର ହେତୁ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି । ଜଣେ ଅଧିକାରୀ କହିଛନ୍ତି ଯେ, ଗତ ସପ୍ତାହରେ ରାଡାର ଦ୍ୱାରା ମୃତଦେହ ଚିହ୍ନଟ କରାଯାଇଥିଲା । ସେ କହିଛନ୍ତି ଯେ ବିଦ୍ୟାଳୟ ପରିସରରେ ଏ ପର୍ଯ୍ୟନ୍ତ ଅଧିକ ଅଞ୍ଚଳ ଯାଞ୍ଚ କରାଯାଇ ନ ଥିବାରୁ ଅଧିକ ମୃତଦେହ ଉଦ୍ଧାର କରାଯିବା ସଂଭାବନା ରହିଛି । ଏହାପୂର୍ବରୁ ଏକ ପ୍ରେସ ବିଜ୍ଞପ୍ତିରେ ସେ କହିଛନ୍ତି ଯେ, ଏହି ଆବାସିକ ବିଦ୍ୟାଳୟରେ ହୋଇଥିବା ଏହି ଘଟଣା ଅତ୍ୟନ୍ତ ଚିନ୍ତାଜନକ ।

୫ ବର୍ଷ ପୂର୍ବେ ଏହି ଅନୁଷ୍ଠାନରେ ପିଲାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ସମ୍ପର୍କରେ ଟ୍ରୁଥ୍‌ ଏଣ୍ଡ୍‌ ରିଆକ୍‌ସିଲିଏସନ୍‌ କମିଶନ ଏକ ବିସ୍ତୃତ ରିପୋର୍ଟ ଦେଇଥିଲା । ଏଥିରେ କୁହାଯାଇଛି ଯେ, ଅତ୍ୟାଚାର ଏବଂ ଅବହେଳା ଯୋଗୁଁ ଅତି କମରେ ୩୨୦୦ ପିଲାଙ୍କର ମୃତ୍ୟୁ ହୋଇଛି । ବ୍ରିଟିଶ କଲମ୍ବିଆର ମୁଖ୍ୟ ଜନ୍ ହୋର୍ଗାନ୍ କହିଛନ୍ତି ଯେ, ଏହି ଘଟଣାର ଆବିଷ୍କାର ଦ୍ୱାରା ସେ ‘ଭୟଭୀତ ଓ ଦୁଃଖିତ’ । ଏହି ସ୍କୁଲ୍ ୧୮୯୦ ରୁ ୧୯୬୯ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲା । ଏହା ପରେ କେନ୍ଦ୍ର ସରକାର କ୍ୟାଥୋଲିକ ଚର୍ଚ୍ଚ ଏହି ଅପରେସନ୍ ଦାୟିତ୍ୱ ନେଇଥିଲେ । ୧୯୭୮ ରେ ଏହି ବିଦ୍ୟାଳୟ ବନ୍ଦ ହୋଇଯାଇଥିଲା ।

Leave A Reply

Your email address will not be published.