om academy

କୋଭିଡ କାର୍ଯ୍ୟକାରୀ ଦଳର ସୁପାରିଶ କ୍ରମେ କୋଭିସିଲ୍‌ଡ ଟିକାର ପ୍ରଥମ ମାତ୍ରାରୁ ଦ୍ୱିତୀୟ ମାତ୍ରା ମଧ୍ୟରେ ବ୍ୟବଧାନ ୬ରୁ ୮ସପ୍ତାହ ପରବର୍ତ୍ତେ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି

jsm

ନୂଆଦିଲ୍ଲୀ, (ପିଆଇବି) : ଡକ୍ଟର ଏନ.କେ ଆରୋରାଙ୍କ ଅଧ୍ୟକ୍ଷତାରେ କୋଭିଡ୍ କାର୍ୟ୍ୟକାରୀ ଦଳର ସୁପାରିଶ କ୍ରମେ କୋଭିସିଲ୍ଡ ଟିକାର ପ୍ରଥମ ମାତ୍ରା ଓ ଦ୍ୱିତୀୟମାତ୍ରା ଦେବାର ବ୍ୟବଧାନ ୧୨ରୁ ୧୬ ସପ୍ତାହ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଦୁଇମାତ୍ରା ମଧ୍ୟରେ ଏହି ବ୍ୟବଧାନ ପୂର୍ବରୁ ଛଅରୁ ଆଠ ସପ୍ତାହ ପର୍ୟ୍ୟନ୍ତ ରହିଥିଲା । ବିଶେଷକରି ୟୁକେର ବାସ୍ତବିକ ତଥ୍ୟ ପ୍ରମାଣକୁ ଭିତ୍ତିକରି କାର୍ୟ୍ୟକାରୀ ଦଳ ଟିକାର ଦୁଇମାତ୍ରା ମଧ୍ୟରେ ବ୍ୟବଧାନ ୧୨ରୁ ୧୬ସପ୍ତାହ ପର୍ୟ୍ୟନ୍ତ ବୃଦ୍ଧି କରିବାକୁ ସମ୍ମତ ହୋଇଛନ୍ତି । ତେବେ କୋଭାକ୍ସିନ ଟିକା ମାତ୍ରା କ୍ଷେତ୍ରରେ ବ୍ୟବଧାନ ସମୟ ସୀମା ବୃଦ୍ଧି ନେଇ କୌଣସି ସୁପାରିଶ କରାଯାଇନାହିଁ ।

କୋଭିଡ କାର୍ୟ୍ୟକାରୀ ଦଳର ଏହି ସୁପାରିଶ ନୀତି ଆୟୋଗ(ସ୍ୱାସ୍ଥ୍ୟ) ସଦସ୍ୟ ଡକ୍ଟର ଭି.କେ. ପଲଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ଜାତୀୟ ଟିକା ପ୍ରଶାସନ (ଘଋଏଠଇଉ) ଦ୍ୱାରା ମେ ୧୨ତାରିଖ ଦିନ ଗ୍ରହଣ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ କୋଭିଡ କାର୍ୟ୍ୟକାରୀ ଦଳର ଏହି ସୁପାରିଶକୁ ଗ୍ରହଣ କରିଛି ।

Leave A Reply

Your email address will not be published.