୫୦୦ ମିଟର ତଳକୁ ଖସିଲା ବସ୍‌ : ୩୨ ମୃତ

ଡେରାଡୁନ : ଉତ୍ତରାଖଣ୍ଡର କୋଟଦ୍ୱାର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ମଙ୍ଗଳବାର ରାତିରେ ଏକ ଯାତ୍ରୀବାହୀ ବସ୍‌ ୫୦୦ ମିଟର ଗଭୀର ଘାଟରେ ଖସିପଡିଛି । ଏଥିରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି । ଖବରପାଇ ଏସ୍‌ଡିଆର୍‌ଏଫ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଆହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ବସ୍‌ଟି ହରିଦ୍ୱାର ଜିଲ୍ଲାର ଲାଲଧଙ୍ଗରୁ ପୌରୀ ଜିଲ୍ଲାର ବିରଖଲ ବ୍ଲକକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଛି । ବସ୍‌ରେ ୫୫ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.