କୁଇନ୍ସଲ୍ୟାଣ୍ଡରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ବୁଢିଆଣୀ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ମ୍ୟୁଜିୟମର ଅନୁସନ୍ଧାନକାରୀଙ୍କ ଦ୍ୱାରା ଏକ ବିରଳ ତଥା ବିଶାଳ ବୁଢିଆଣୀ ଆବିଷ୍କୃତ ହୋଇଛି । ବ୍ରିସବେନର ପଶ୍ଚିମରେ ରେଶମ ଏବଂ ମାଟିରେ ନିର୍ମିତ ଏକ ଜାଲ ତଳେ ଏହି ବିରଳ ପ୍ରଜାତିର ବୁଢିଆଣୀ ଲୁଚି ରହିଥିବା ଦେଖିବାକୁ ମିଳିଥିଲା ​। ଏହି ପ୍ରଜାତିକୁ ‘ଟ୍ରାପଡୋର ସ୍ପାଇଡର୍’ର କୁହାଯାଏ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଏହାର ବୈଜ୍ଞାନିକ ନାମ ହେଉଛି ଇଉପ୍ଲୋସ୍ ଡିଗ୍ନିଟାସ୍ । ଏହି ବୁଢିଆଣୀ ଶରୀର ଗୋଡକୁ ବାଦ ଦେଇ ପ୍ରାୟ ୫ ସେମି ଲମ୍ବା । ଏହି ପ୍ରଜାତି କେନ୍ଦ୍ରୀୟ କୁଇନ୍ସଲ୍ୟାଣ୍ଡ ଅଞ୍ଚଳର କଳା ମାଟିରେ ବାସ କରନ୍ତି ।

Leave A Reply

Your email address will not be published.