oom

ସଂସଦରେ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା : ଦେଶରେ ୨୦୦ଟି ଶିକ୍ଷା ଚ୍ୟାନେଲ ଖୋଲିବ

jsmm

ନୂଆଦିଲ୍ଲୀ : ଆଜି ସଂସଦରେ ଅର୍ଥମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ଚଳିତ ଶିକ୍ଷା ବର୍ଷରେ ଦେଶରେ ୨୦୦ ଟି ଶିକ୍ଷା ଚ୍ୟାନେଲ ଖୋଲାଯିବ। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ଶିକ୍ଷା ଚ୍ୟାନେଲରେ ପାଠ ପଢାଯିବ। ପ୍ରତିଟି ବିଷୟ ପାଇଁ ସ୍ୱତନ୍ତ୍ର ଚ୍ୟାନେଲ ଖୋଲାଯିବ । ଏପରିକି ବିଭିନ୍ନ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ଚ୍ୟାନେଲ କାମ କରିବ। ଏ ନେଇ ଶିକ୍ଷକ ତଥା ବୈଷୟିକ କର୍ମଚାରୀଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ। ଏ ନେଇ ବିଭିନ୍ନ ରାଜ୍ୟ ସରକାର ଭିତ୍ତିଭୂମି ସହାୟତା ପ୍ରଦାନ କରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

jittmm
Leave A Reply

Your email address will not be published.