ଭାରତ ସରକାରଙ୍କୁ ପ୍ରଶଂସା କଲା ବିଶ୍ୱବ୍ୟାଙ୍କ

ୱାଶିଂଟନ/ନୂଆଦିଲ୍ଲୀ : ବିଶ୍ୱବ୍ୟାଙ୍କର ସଭାପତି ଡେଭିଡ ମାଲପାସ କହିଛନ୍ତି, ବିଶ୍ୱରେ ମହାମାରୀ କରୋନା ସଙ୍କଟରେ ଗରିବ ଏବଂ ଅସହାୟ ଲୋକଙ୍କୁ ଭାରତର ସହାୟତା ଅତୁଳନୀୟ । ଭାରତ ପରି ବ୍ୟାପକ ସବ୍‌ସିଡି ଦେବା ପରିବର୍ତ୍ତେ ଅନ୍ୟ ଦେଶଗୁଡିକ ମଧ୍ୟ ପ୍ରତ୍ୟକ୍ଷ କ୍ୟାଶ ସ୍ଥାନାନ୍ତର କରିବା ଉଚିତ । ବିଶ୍ୱବ୍ୟାଙ୍କ ପକ୍ଷରୁ ମାଲପାସ ବୁଧବାର କହିଛନ୍ତି, ଦାରିଦ୍ର୍ୟ ହ୍ରାସ କରିବାରେ ବିଶ୍ୱ ପ୍ରଗତିର ଶେଷରେ କରୋନା ଆସିଥିଲା । ଏହି ସମୟରେ ଗରିବ ଦେଶଗୁଡ଼ିକୁ ଭାରତର ସମର୍ଥନ ବେଶ୍‌ ପ୍ରଶଂସାଯୋଗ୍ୟ । ବିଗତ ତିନି ଦଶନ୍ଧି ମଧ୍ୟରେ ଏକ ବିଲିୟନରୁ ଅଧିକ ଲୋକଙ୍କୁ ଅତ୍ୟଧିକ ଦରିଦ୍ର ମୁକ୍ତ କରାଯାଇଛି । ଗରିବ ଦେଶଗୁଡ଼ିକର ଆୟ ମଧ୍ୟ ଏକ ଦୃଢ଼ ଆଧାର ପାଇଲା । କିନ୍ତୁ କରୋନା ଆସିବା ପରେ ଗରିବ ଲୋକଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡ଼ିଲା । ଗରିବ ଦେଶଗୁଡ଼ିକର ଅର୍ଥନୈତିକ ବ୍ୟବସ୍ଥା ଏକପ୍ରକାର ଭୁଶୁଡ଼ି ପଡ଼ିଥିଲା । ଭାରତର ସହଯୋଗ ଏବଂ ସହାୟତା ପାଇଁ ଏବେ ଆର୍ଥିକ ବ୍ୟବସ୍ଥା ସ୍ୱଳ୍ପ ବିକଶିତ ହୋଇଛି ।

Leave A Reply

Your email address will not be published.