ଆଫଗାନିସ୍ତାନର କାବୁଲର ଏକ ବିଦ୍ୟାଳୟରେ ବୋମା ବିସ୍ଫୋରଣ : ଅତି କମ୍‌ରେ ୨୪ ଜଣ ଛାତ୍ରଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ : ଆଫଗାନିସ୍ତାନର ସ୍କୁଲ ଉପରେ ଆତଙ୍କବାଦୀ ଆକ୍ରମଣ ବନ୍ଦ ହେବାର ନାମ ନେଉନାହିଁ । ତାଲିବାନ ସରକାର କ୍ଷମତାକୁ ଆସିବା ପରେ ବିଦ୍ୟାଳୟଗୁଡ଼ିକରେ କ୍ରମାଗତ ଭାବରେ ବୋମା ଫୁଟୁଛି ଏବଂ ଆକ୍ରମଣରେ ପିଲାମାନଙ୍କ ପ୍ରାଣହାନୀ ଘଟୁଛି । ଆଫଗାନିସ୍ତାନର ପଶ୍ଚିମ କାବୁଲର ଦଶ୍‌ତେ ବାରଚିରେ ଅବସ୍ଥିତ ଏକ ଶିକ୍ଷାନୁଷ୍ଠାନ ଉପରେ ଆକ୍ରମଣ ହେବାର ଖବର ରହିଛି । କୁହାଯାଉଛି ଯେ, ଏହି ଆକ୍ରମଣରେ ୨୪ ଜଣ ସ୍କୁଲ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଏହା ଦାବୀ ହେଉଛି ଯେ, ଏହା ଇସଲାମିକ୍ ଷ୍ଟେଟ୍-ଖୋରାସାନ୍ ପ୍ରଦେଶ ଦ୍ୱାରା କରାଯାଇଥିଲା ଯେଉଁଥିରେ ଅଧିକାଂଶ ହାଜରା ଏବଂ ଶିଆ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରାଯାଇଥିଲା । ଏହାପୂର୍ବରୁ ଏପ୍ରିଲରେ କାବୁଲର ଦୁଇଟି ଶିକ୍ଷାନୁଷ୍ଠାନରେ ବିସ୍ଫୋରଣ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ଏହି ଉଭୟ ବିଦ୍ୟାଳୟ ମଧ୍ୟ କାବୁଲର ଦଶ୍‌ତେ ବାରଚି ଅଞ୍ଚଳରେ ଅବସ୍ଥିତ ।

Leave A Reply

Your email address will not be published.

error: Content is protected !!