jayashree

ଦିଲ୍ଲୀ ବିସ୍ଫୋରଣ ଷଡଯନ୍ତ୍ର ବିଫଳ, ବୋମା ସ୍କ୍ୱାର୍ଡକୁ ମଳିଲା ଆଇଇଡ଼ି

ନୂଆଦିଲ୍ଲୀ : ଆଜି ଦେଶର ରାଜଧାନୀରେ ଏକ ବିସ୍ଫୋରଣ ଷଡଯନ୍ତ୍ରକୁ ବିଫଳ କରିଛି ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଆଇଇଡି ଉଦ୍ଧାର କରାଯାଇଛ । ଏହାକୁ ବମ୍‌ ସ୍କ୍ୱାର୍ଡ ଦଳ ପକ୍ଷରୁ ଡିଫ୍ୟୁଜ୍‌ କରାଯାଇଛି । ଏକ ବଡ ବିପଦକୁ ଏଡାଇ ଦିଆଯାଇଛି ଥିବା ଚର୍ଚ୍ଚା ଜୋର୍‌ ଧରିଛି । ପୋଲିସ ଏହି ଘଟଣାର ତନାଘନା ଅନୁସନ୍ଧାନ ଜାରି ରଖିଛି । ଏହି ଖବର ଆସିବା ପରେ ଆଖପାଖର ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି ।

ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା କହିଛନ୍ତି ଯେ, ଏକ ଆଇଇଡି ଉଦ୍ଧାର କରାଯାଇଛି । ଆଜି ଏକ ଅନାବଶ୍ୟକ ବ୍ୟାଗ ପାଇବା ପରେ ଦିଲ୍ଲୀ ପୋଲିସ ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ମଣ୍ଡିକୁ ବମ୍‌ ଡିସପୋଜାଲ ସ୍କ୍ୱାର୍ଡ ପଠାଇଥିଲା । ସେଠାରେ ବୋମା ସ୍କ୍ୱାର୍ଡ ବ୍ୟାଗ୍‌ରେ ଆଇଇଡି ରହିଥିବା ସୂଚନା ଦେଇଥିଲା ।

Leave A Reply

Your email address will not be published.