om academy

ଅମୃତସର ସ୍ୱର୍ଣ୍ଣ ମନ୍ଦିର ପାଖରେ ୩୬ ଘଣ୍ଟାରେ ୨ ବିସ୍ଫୋରଣ

jsm

ଚଣ୍ଡିଗଡ଼ : ସୋମବାର ସକାଳେ ପଞ୍ଜାବର ଅମୃତସରର ସ୍ୱର୍ଣ୍ଣ ମନ୍ଦିରର ହେରିଟେଜ୍ ଛକରେ ପୁଣି ଏକ ବିସ୍ଫୋରଣ ଘଟିଛି । ଗତ ୩୬ ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବିସ୍ଫୋରଣ । ଶନିବାର ଦିନ ପ୍ରାୟ ୧୨ଟା ସମୟରେ ସରାଗଡ଼ି ପାର୍କିଂ ନିକଟରେ ଏକ ବିସ୍ଫୋରଣ ଘଟିଥିଲା, ଏହି କାରଣରୁ ରେଷ୍ଟୁରାଣ୍ଟର ଝରକା ଭାଙ୍ଗି ଯାଇଥିଲା ଏବଂ କିଛି ଲୋକ ମଧ୍ୟ ଆହତ ହୋଇଥିଲେ । ଆଜି ସକାଳ ପ୍ରାୟ ୬ଟା ସମୟରେ ହେରିଟେଜ୍ ଛକରେ ପୁଣି ବିସ୍ଫୋରଣ ଘଟିଥିବା କୁହାଯାଇଛି । ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିସ୍ଫୋରଣର ଉଭୟ ଘଟଣା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି ଏବଂ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଏହି ସମୟରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ପୋଲିସ ଏକ ଆଡ଼୍‌ଭାଇଜୋରି ଜାରି କରିଛି । ସୋସିଆଲ ମିଡିଆରେ କିଛି ସେୟାର କରିବା ପୂର୍ବରୁ ଲୋକଙ୍କୁ ତଥ୍ୟ ଯାଞ୍ଚ କରିବାକୁ ସେଥିରେ ଅନୁରୋଧ କରାଯାଇଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଇଛି ।

Leave A Reply

Your email address will not be published.