କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ

ଓ୍ବାଶିଂଟନ : ଆମେରିକାର ଶିକାଗୋସ୍ଥିତ ଲାସଲେର ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ବିସ୍ଫୋରଣ ଘଟିଛି । ଏଥିଯୋଗୁ ନିଆଁ ଲାଗି ଫ୍ୟାକ୍ଟ୍ରି ଜଳିଯାଇଛି । ଇଲିନୋଇସ୍‌ର ଉତ୍ତର ଭାଗରେ ଥିବା ଏହି ପ୍ଲାଣ୍ଟ ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ୧୦,୦୦୦ ଜନସଂଖ୍ୟା ବିଶିଷ୍ଟ ସହର ଲାସ୍‌ଲେର ଫାୟାର ଚିଫ୍‌ ଜେରି ଜାନିକ୍‌ କହିଛନ୍ତି, ନିଆଁକୁ ଆୟତ୍ତ କରିବା ପାଇଁ ଅତିରିକ୍ତ ସରଞ୍ଜାମ ପଠାଯାଇଛି । ବିସ୍ଫୋରଣର କାରଣ ଜଣାପଡ଼ିନାହିଁ । ଏହି ପ୍ଲାଣ୍ଟରେ ଏକ ଅକ୍ସିଡେଣ୍ଟ ଉତ୍ପାଦନ କରାଯାଏ, ଯାହାକି ପାନୀୟ ଜଳ ଓ ବର୍ଜ୍ୟଜଳ ବିଶୋଧନ ପାଇଁ ବ୍ୟବହୃତ ହୋଇଥାଏ ।

Leave A Reply

Your email address will not be published.