ଭାରତ ବିଶାଳ ହୃଦୟର ପରିଚୟ ଦେଲା, ଇମ୍ରାନଙ୍କୁ ଭାରତୀୟ ବାୟୁମଣ୍ଡଳରୁ ଶ୍ରୀଲଙ୍କା ଯିବାକୁ ଅନୁମତି ଦେଲା

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଦୁଇ ଦିନିଆ ଗସ୍ତ ପାଇଁ ଶ୍ରୀଲଙ୍କା ଯାଉଛନ୍ତି । ଏହି ବିମାନ ଗସ୍ତ ପାଇଁ ବିମାନଟି ଭାରତୀୟ ବିମାନବନ୍ଦର ଦେଇ ଯିବାକୁ ଅନୁମତି ଦେବାକୁ ଭାରତରୁ ଅନୁମତି ମାଗିଥିଲା । ଭାରତ ଏଥିରେ ଭାରତ ବିଶାଳ ହୃଦୟର ପରିଚୟ ଦେଇଛି ଏଠାରେ ସୂଚନାଯୋଗ୍ୟ ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ରେ ଆମେରିକା ଗସ୍ତ କରିଥିଲେ, ସେତେବେଳେ ପାକିସ୍ତାନ ତାଙ୍କ ବିମାନକୁ ବାୟୁମଣ୍ଡଳ ଦେଇ ଯିବାକୁ ଦେଇ ନଥିଲା । କିନ୍‌ନ୍ତୁ ଭାରତ ତାର ଉଦାରତା ଦେଖାଇଛି ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ କ୍ୟାବିନେଟ ସହକର୍ମୀ ଏବଂ ଏକ ଉଚ୍ଚ ସ୍ତରୀୟ ବ୍ୟବସାୟ ପ୍ରତିନିôଧଙ୍କ ସହ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି । ଗଣମାଧ୍ୟମକୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ, ଇମ୍ରାନ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ସା ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସାଙ୍କୁ ଭେଟି ବାଣିଜ୍ୟ, ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ପର୍ୟ୍ୟଟନ ସମ୍ବନ୍ଧୀୟ ଆଲୋଚନା କରିବେ । ପାକିସ୍ତାନର ବୈଦେଶିକ କାର୍ୟ୍ୟାଳୟ କହିଛି ଯେ, ପ୍ରଧାନମନ୍ତ୍ରୀ ରାଜପକ୍ସାଙ୍କ ନିମନ୍ତ୍ରଣ କ୍ରମେ ଇମ୍ରାନ ଖାନ ଶ୍ରୀଲଙ୍କା ଯାଉଛନ୍ତି ।

Leave A Reply

Your email address will not be published.