ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ

ନୂଆଦିଲ୍ଲୀ : ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ଜେନେରାଲ୍ ବିପିନ ରାୱତ ପଞ୍ଚଭୂତରେ ଲୀନ ହୋଇଛନ୍ତି । ଶ୍ରୀ ରାୱତ ଏବଂ ତାଙ୍କ ପତ୍ନୀଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀର ବ୍ରାର୍ ସ୍କୋୟାର ଶ୍ମଶାନ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ କରାଯାଇଛି । ପିତା ଜେନେରାଲ୍ ରାୱତ ଓ ମା’ ମଧୁଲିକାଙ୍କୁ ମୁଖାଗ୍ନି ଦେଇଛନ୍ତି ଦୁଇ ଝିଅ କ୍ରିତିକା ଓ ତାରିଣୀ । ଶେଷ ସମ୍ମାନ ସ୍ୱରୂପ ଜେନେରାଲ ରାୱତଙ୍କୁ ୧୭ ତୋପ ସଲାମୀ ଦିଆଯାଇଛି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବ୍ୟତୀତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.