
ନୂଆଦିଲ୍ଲୀ : ଦିଲ୍ଲୀରୁ ଗୌହାଟୀ ଯାଉଥିବା ଗୋ-ଫାଷ୍ଟ ଯାତ୍ରୀବାହୀ ବିମାନରେ ବୁଧବାର ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମଝି ଆକାଶରେ ଯାତ୍ରୀବାହୀ ବିମାନର ୱିଣ୍ଡସିଲ୍ଡ ଫାଟି ଯାଇଛି । ଜୋର୍ ପବନ ବହିବା ଯୋଗୁଁ ୱିଣ୍ଡସିଲ୍ଡ ଫାଟି ଯାଇଥିବା ଜଣାପଡିଛି । ଫଳରେ ଖରାପ ପାଗ ଯୋଗୁ ବିମାନଟିକୁ ଦିଲ୍ଲୀ ଅଣା ନ ଯାଇ ଅଧାବାଟରୁ ସୁରକ୍ଷିତ ଭାବେ ଜୟପୁର ଡାଇଭର୍ଟ କରାଯାଇଛି । ଏନେଇ ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେବ ଅନେକ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେଉଛି । ପ୍ରାୟ ଦେଢ ମାସ ଭିତରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୧୬ଟି ବିମାନ ପ୍ରଭାବିତ ହୋଇଛି । ଗତକାଲି ମୁମ୍ବାଇ-ଲେହ ଯାଉଥିବା ଗୋ-ଫାଷ୍ଟ ଏ୩୨୦ ବିମାନକୁ ଦିଲ୍ଲୀରେ ଜରୁରୀ ଅବତରଣ କରାଯାଇଥିଲା ।