ଅସୀମିତ ଦେୟତା ପାଇଁ ତୃତୀୟ ପକ୍ଷ ବୀମା ନିମନ୍ତେ ମୂଳ ପ୍ରିମିୟମ୍ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣର ପରାମର୍ଶ କ୍ରମେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମୋଟର ଯାନ (ତୃତୀୟ ପକ୍ଷ ବୀମା ମୂଳ ପ୍ରିମିୟମ୍ ଏବଂ ଦେୟତା) ନିୟମାବଳୀ, ୨୦୨୨ର ବିଜ୍ଞପ୍ତି ଜାରି କରାଯାଇଛି । ୨୫ ମେ ୨୦୨୨ରେ ଜାରି ବିଜ୍ଞପ୍ତି ଜରିଆରେ ପ୍ରକାଶିତ ଏହି ନିୟମାବଳୀ ୧ ଜୁନ୍‌, ୨୦୨୨ ଠାରୁ ଲାଗୁ ହେବ ।
କଥିତ ନିୟମାବଳୀ ଅଧୀନରେ ବିଭିନ୍ନ ବର୍ଗର ବାହନ ଗୁଡିକ ନିମନ୍ତେ ଅସୀମିତ ଦେୟତା ବାବଦକୁ ତୃତୀୟ ପକ୍ଷ ବୀମା ପାଇଁ ମୂଳ ପ୍ରିମିୟମର ବିଜ୍ଞପ୍ତି ଜାରି କରା ଯାଇଛି । ଉକ୍ତ ନିୟମ ଗୁଡିକର ପ୍ରିମିୟମ୍‌ରେ ନିମ୍ନଲିଖିତ ରିହାତି ପାଇଁ ମଧ୍ୟ ଅନୁମତି ରହିଛି –

  • ଶିକ୍ଷାନୁଷ୍ଠାନଗୁଡ଼ିକର ବସ୍ ପାଇଁ ୧୫% ର ରିହାତି ପ୍ରଦାନ କରାଯାଇଛି ।
  • ଭିଂଟେଜ୍ କାର୍ ରୂପରେ ପଞ୍ଜିକୃତ ଘରୋଇ କାର୍‌ ପ୍ରିମିୟମ୍‌ରେ ୫୦%ର ରିହାତି ପାଇଁ ଅନୁମତି ଦିଆଯାଇଛି ।
  • ଇଲେକ୍ଟ୍ରିକ୍ ଏବଂ ହାଇବ୍ରିଡ୍ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ପ୍ରମିୟମ୍ ଉପରେ ଯଥାକ୍ରମେ ୧୫% ଏବଂ ୭.୫%ର ରିହାତିକୁ ଅନୁମତି ପ୍ରଦାନ କରା ଯାଇଛି ।
  • ଗେଜେଟ୍ ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।
Leave A Reply

Your email address will not be published.