ତିନି ମହଲା ବିଲ୍‌ଡିଂ ଭୁଷୁଡ଼ିଲା : ୮ ମୃତ, ଆହୁରି ଅନେକ ଫଶି ରହିଛନ୍ତି

ଥାଣେ : ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିୱଣ୍ଡି ସହରରେ ଗତ ରବିବାର ବିଳମ୍ବିତ ରାତିରେ ଏକ ତିନି ମହଲା ବିଶିଷ୍ଟ ବିଲ୍‌ଡିଂ ଭୁଷୁଡ଼ି ଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଲୋକ ଆବର୍ଜନା ଭିତରେ ଦବି ଯାଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ବିଲ୍‌ଡିଂ ୧୯୮୪ରେ ନିର୍ମିତ ବନେ ଜିଲାନୀ ଆପାର୍ଟମେଣ୍ଟ, ଘର ନଂ.୬୯ର ଅର୍ଦ୍ଧାଧିକ ଭୁଷୁଡ଼ି ଯାଇଛି । କୁହାଯାଉଛି ଯେ, ଭୁଷୁଡ଼ି ପଡ଼ିଥିବା ବିଲ୍‌ଡିଂର ୨୧ଟି ପ୍ଲାଟ୍‌ରେ ବହୁ ଲୋକ ଗଭୀର ନିଦରେ ଶୋଇଥିଲେ । ଅଚାନକ ରାତି ୩ଟା ୨୦ମି.ରେ ଭିୱଣ୍ଡିର ପଟେଲ କମ୍ପାଉଣ୍ଡ କାନ୍ଦରୋଳ ଓ ଚିକ୍ରାରରେ ହଲ୍‌ଚଲ୍‌ ହୋଇଯାଇଥିଲା । ସ୍ଥାନୀୟ ନାଗରିକ ଏବଂ ମନପା.ର ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ବର୍ତ୍ତମାନର ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଆବର୍ଜନା ଭିତରୁ ୮ ଲୋକଙ୍କ ମୃତ ଦେହ ବାହାର କରାଯାଇ ସାରିଥିବା ବେଳେ ୫ ଜଣଙ୍କୁ ଜୀବିତ ଭାବରେ ଉଦ୍ଧାର କରାଯାଇଛି । ଆହୁରି ଅନେକ ଏହି ଆବର୍ଜନା ଭିତରେ ଫଶି ରହିଥିବା ଆଶଙ୍କା କରାଯାଉଛି । ଏଡ୍‌ଡ଼ିଆର୍‌ଏଫ୍‌ ପକ୍ଷରୁ କୁହାଯାଇଛି ଯେ, ଥାଣେ ମହାନଗର ପାଳିକା ଅନୁସାରେ ଆଜି ପ୍ରାତଃ ୪ଟା ସମୟରେ ଭୁଷୁଡ଼ି ପଡ଼ିଥିବା ବିଲ୍‌ଡିଂରୁ ୨୦ ଲୋକଙ୍କ ଉଦ୍ଧାର କରାଯାଇଛି । ତେବେ ଆହୁରି ୨୦-୨୫ ଜଣ ଆହୁରି ସେ ଭିତରେ ଫଶି ରହିଛନ୍ତି । ଆର୍‌ଆର୍‌ସି ମୁମ୍ବାଇରୁ ଏନ୍‌ଡିଆର୍‌ଏଫ୍‌ର ଦଳ ଘଟଣା ସ୍ଥଳରେ ପହଂଚିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟରେ ଅଣ୍ଟାଭିଡ଼ି ଲାଗିଛନ୍ତି ।

Leave A Reply

Your email address will not be published.