jayashree

ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଆଜି ସକାଳେ ଭୂମିକମ୍ପର ଜୋର୍‌ ଝଟ୍‌କା ଅନୁଭବ ହୋଇଥିବା ସୂଚନା ମିଳିଛି । ଆମେରିକା ଜିୟୋଲଜିକାଲ ସର୍ଭେ ଅନୁସାରେ ସେଠାରେ ରିକ୍ଟର ସ୍କେଲର ତୀବ୍ରତା ୬.୨ ମପାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ବାଜି ୯ ମିନିଟ ସମୟରେ ଭୂମିକମ୍ପର ଅନୁଭବ ହୋଇଥିଲା । ଇଣ୍ଡୋନେସିଆର ବୁକିଟିଂଗ୍ଗିରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂମିକମ୍ପରେ ହୋଇଥିବା କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ ।

Leave A Reply

Your email address will not be published.