jayashree

ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଆଫଗାନିସ୍ତାନର ଫୈଜାବାଦ । ତେବେ ଏହାର ପ୍ରଭାବ ଭାରତ ଏବଂ ପାକିସ୍ତାନର କିଛି ଅଞ୍ଚଳରେ ଦେଖିବାକୁ ମିଳିଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୂପୃଷ୍ଠଠାରୁ ୨୦୧ କିଲୋମିଟର ଗଭୀରରେ ଘଟିଛି । ଭୂକମ୍ପ ଯୋଗୁଁ ଆଫଗାନିସ୍ତାନରେ ଆତଙ୍କ ଖେଳିଯାଇଛି । ଭୟରେ ଲୋକମାନେ ନିଜ ଘରୁ ବାହାରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଆହତଙ୍କ ଖବର ମିଳିନାହିଁ ।

Leave A Reply

Your email address will not be published.