ତୁର୍କୀରେ ଭୂକମ୍ପର ଝଟ୍‌କା ଅନୁଭୂତ : ୫୦ ଆହତ

ଆଙ୍କରା : ତୁର୍କୀର ଏକ ସହରରେ ବୁଧବାର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ତୁର୍କୀର ଆଙ୍କରାରୁ ୧୮୬ କିଲୋମିଟର ଦୂର ପଶ୍ଚିମ-ଉତ୍ତର ପଶ୍ଚିମରେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ଥିଲା । ଭୂକମ୍ପର ଗଭୀରତା ୧୦ କିଲୋମିଟର ତଳେ ଥିଲା । ଭୂକମ୍ପ ପ୍ରଭାବରେ ୫୦ ଲୋକ ଆହତ ହୋଇଥିବା ବେଳେ କିଛି କୋଠା କ୍ଷତିଗ୍ରସ୍ତ ହୋଇଛି । ତୁର୍କୀର ସରକାରଙ୍କ ଦ୍ୱାରା ପରିଚାଳିତ ବିପର୍ଯ୍ୟୟ ଏବଂ ଜରୁରୀ କାଳୀନ ପରିଚାଳନା ସଭାପତିଙ୍କ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଇସ୍ତାନବୁଲ୍‌ଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ଡୁଜେ ପ୍ରଦେଶର ଗୋଲକାୟା ସହରରେ ଥିଲା । ତୁର୍କୀର ଦୁଇଟି ପ୍ରମୁଖ ସହର ଇସ୍ତାନବୁଲ ଏବଂ ରାଜଧାନୀ ଆଙ୍କରାରେ ମଧ୍ୟ ଏହି କମ୍ପନ ଅନୁଭୂତ ହୋଇଥିଲା । ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଘରୁ ଦୌଡ଼ି ପଳାଇଥିଲେ ଏବଂ ଏହି ଅଞ୍ଚଳରେ ବିଦ୍ୟୁତ୍‌ କାଟ୍‌ ହୋଇଯାଇଥିଲା । ପରେ କର୍ତ୍ତୃପକ୍ଷ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ କରିଛନ୍ତି ।

Leave A Reply

Your email address will not be published.