ଭାରତ ବନ୍ଦ ପାଳନ କଲା କୃଷକ ସଂଗଠନ

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବୀରେ ୧୦ ଘଣ୍ଟିଆ ଭାରତ ବନ୍ଦ ପାଳନ କରୁଛି କୃଷକ ସଂଗଠନ । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ଦେଖିବାକୁ ମିଳିଛି ବନ୍ଦ ପ୍ରଭାବ । ଏହି ବନ୍ଦ ପାଳନକୁ କଂଗ୍ରେସ, ବାମ ଦଳ ସମେତ ୭ଟି ରାଜନୈତିକ ଦଳ ସମର୍ଥନ କରିଛନ୍ତି । ସକାଳୁ ସକାଳୁ ବିଭିନ୍ନ କୃଷକ ସଂଗଠନ, ରାଜନୈତିକ ଦଳର କର୍ମକର୍ତ୍ତା ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିବା ସହ ଗାଡିମୋଟର ଓ ଲୋକଙ୍କୁ ଅଟକାଉଛନ୍ତି । ବିଭିନ୍ନ ସ୍ଥାନରେ ରେଳରୋକ ବି କରିଛନ୍ତି ଆନ୍ଦୋଳନକାରୀ । ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଦୋକାନ ବଜାରେ ବନ୍ଦ ରହିଛି । ତେବେ ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି ।

Leave A Reply

Your email address will not be published.