om academy

ମହାମାରୀ କରୋନାର ବିଭତ୍ସ ତାଣ୍ଡବ ବେଳେ ମାଡ଼ି ଆସୁଛି ବାତ୍ୟା : ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେଲା ବାତ୍ୟା ‘ତୌକତେ’

jsm

ନୂଆଦିଲ୍ଲୀ : ମହାମାରୀ କରୋନାର ବିଭତ୍ସ ତାଣ୍ଡବ ବେଳେ ମାଡ଼ି ଆସୁଛି ବାତ୍ୟା । ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତୌକତେ ଆଜି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି ।

ଏହା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ଦିଗରେ ଗତି କରୁଛି ଓ ଆଜି ଦିନ ସାଢେ ୧୧ଟା ସୁଦ୍ଧା ଏହା ଗୋଆଠାରୁ ୨୯୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ, ମୁମ୍ବାଇଠାରୁ ୬୫୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇ ରହିଥିବା କୁହାଯାଇଛି । ଏହା ଆଜି ମଧ୍ୟରାତ୍ରି ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯ଼ାଇଛି । ଏହା ଆସନ୍ତା ୧୮ ତାରିଖ ସକାଳେ ଗୁଜୁରାଟ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଏହି ବାତ୍ୟା ପ୍ରଭାବରେ ଗୋଆ, କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ କୋଙ୍କଣ, ଉପକୂଳ ମହାରାଷ୍ଟ୍ରରେ ଇତି ମଧ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯ଼ାଇଛି । ବାତ୍ୟା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ଓ କେତେକ ସମୟରେ ଏହା ୧୭୫ କିଲୋମିଟର ଟପିପାରେ ଓ ସମୁଦ୍ରରେ ବଡ଼ ବଡ଼ ଲହରି ଉଠିପାରେ ବୋଲି କୁହାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯ଼ିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆ ଯ଼ାଇଛି ।

Leave A Reply

Your email address will not be published.