oum

‘ରାମ ନବମୀ’ରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା : କରୋନା ସଙ୍କଟ କାଳରେ ‘ମର୍ଯ୍ୟାଦା’ ଅନୁସରଣ କରନ୍ତୁ

jsm

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ରାମ ନବମୀରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ କରୋନା ସଂକ୍ରମଣର ସୁରକ୍ଷା ପାଇଁ ‘ଦବାଇ ଭି, କାଡ଼ାଇ ଭି’ର ମନ୍ତ୍ର ମନେ ରଖିବାକୁ ଦେଶବାସୀଙ୍କୁ ଆହ୍‌ହ୍ୱାନ କରିଛନ୍ତି ।

ସେ ଟୁଇଟ୍ କରି କହିଛନ୍ତି, ଆଜି ‘ରାମ ନବମୀ’ ଏବଂ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ବାର୍ତ୍ତା ହେଉଛି ମର୍ଯ୍ୟାଦାର ଅନୁସରଣ କରିବା । କରୋନାର ଏହି ସଙ୍କଟ କାଳରେ ଦୟାକରି ଏହାକୁ ଅନୁସରଣ କରନ୍ତୁ, ଯାହା କରୋନାକୁ ଏଡାଇବା ପାଇଁ ସହାୟକ ହେବ । ‘ଦବାଇ ଭି, କାଡ଼ାଇ ଭି’ ମନ୍ତ୍ର ମନେରଖ ।

ସେ କହିଛନ୍ତି, ଶୁଭ ରାମ ନବମୀ । ପ୍ରଭୁ ଶ୍ରୀରାମଙ୍କ ଅପାର ଦୟା ଦେଶବାସୀଙ୍କ ଉପରେ ସବୁଦିନ ପାଇଁ ଜାରି ରହୁ । ଜୟ ଶ୍ରୀରାମ !

ରାମ ନବମୀ ପର୍ବ ଭଗବାନ ରାମଙ୍କ ଜନ୍ମ ସହିତ ଜଡିତ । ବିଶ୍ୱାସ କରାଯାଏ ଯେ, ଭଗବାନ ରାମ ଅଯୋଧ୍ୟାରେ ଚୈତ୍ର ମାସର ଶୁକ୍ଲା ପକ୍ଷର ନବମୀ ତିଥିରେ ଜନ୍ମ ହୋଇଥିଲେ ।

Leave A Reply

Your email address will not be published.