ଦେଶର କିଛି ସ୍ଥାନରେ ବର୍ଷା ସମ୍ଭାବନା : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଶୀତର ବିଦାୟ ଓ ଗ୍ରୀଷ୍ମର ଆଗମନ ମଝିରେ ଦେଶର କିଛି ସ୍ଥାନରେ ପୁଣିଥରେ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଅନୁସାରେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଉପରେ ଏକ ଟ୍ରପଲାଇ ପଡ଼ିଛି । ଏହା ଦ୍ୱାରା ରାଜସ୍ଥାନ ଓ ଉତ୍ତର ଭାରତର କିଛି ସ୍ଥାନରେ ଆଜି ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ମାର୍ଚ୍ଚ ୨ ପାଖରୁ ଦେଶର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଦିଲ୍ଲୀର କିଛି ସ୍ଥାନରେ ବର୍ଷା ହୋଇପାରେ । ଏହି ରାଜ୍ୟଗୁଡ଼ିକରେ ଦିନ ଯାକ କୋହଳା ପାଗ ରିହିବା ସହ ହାଲୁକା ବର୍ଷା ହୋଇପାରେ । ଉତ୍ତର ପ୍ରଦେଶର ମଧ୍ୟ କିଛି ସ୍ଥାନରେ ଆଗାମୀ ୬ ଦିନ ବର୍ଷା ହେବାର ସମ୍ଭାବନା ରହିଛି ।

ଲକ୍ଷ୍ନୌରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍ ଏବଂ ସର୍ବାଧିକ ୨୯ ଡିଗ୍ରୀ ସେଲସିୟସ୍ ହୋଇପାରେ । ଏଥିସହିତ ଚଣ୍ଡିଗଡ଼ର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.