centurian jitm

ଘାଟି ତଳକୁ ଖସିପଡିଲା ବରଯାତ୍ରୀ ଗାଡି : ୧୧ ମୃତ

ଡେରାଡୁନ : ଉତ୍ତରାଖଣ୍ଡର ଚମ୍ପାୱାତ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋ ଘାଟି ତଳକୁ ଖସିପଡିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଚାରିଜଣ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ଗୁରୁତର ଆହତ ଡ୍ରାଇଭର ଏବଂ ଅନ୍ୟ ଜଣେ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.