ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ନିର୍ବାଚନ ରାଜନୀତି ସରଗରମ ହୋଇଉଠିଛି । ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ଇତି ମଧ୍ୟରେ ମଙ୍ଗଳବାର ଭାଜପା ମୁଖ୍ୟାଳୟରେ ସଂସଦୀୟ ବୋର୍ଡ ବୈଠକ ବସିବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । ଏହା ପୂର୍ବରୁ ଭାଜପା ଏକ ୧୪ ଦଳ ଗଠନ କରିଛି । ଏହି ଦଳର କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସମେତ ଭାଜପା ମହାସଚିବ ଏବଂ ଅନ୍ୟ ମନ୍ତ୍ରୀମାନେ ସାମିଲ ଅଛନ୍ତି । ରବିବାର ମଧ୍ୟ ଭାଜପା ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ଟିମ ସହ ରାଷ୍ଟ୍ରପତି ନିର୍ବାଚନ ରଣନୀତି ଉପରେ ଚର୍ଚ୍ଚା କରିଥିଲେ ।